ଇମ୍ରାନ ଖାନଙ୍କୁ ଦିଆଯାଉ ଉପଯୁକ୍ତ ଚିକିତ୍ସା,କିସ୍ତାନ ସରକାରଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଅଧିନାୟକ

Feb 17, 2026 - 17:40
 0  1
ଇମ୍ରାନ ଖାନଙ୍କୁ ଦିଆଯାଉ ଉପଯୁକ୍ତ ଚିକିତ୍ସା,କିସ୍ତାନ ସରକାରଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଅଧିନାୟକ

ଖରାପ ହୋଇଛି କାରାଗାରରେ ବନ୍ଦୀ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କର ଚିକତ୍ସା ହେବା ଦରକାର ବୋଲି ଜୋର ଧରିଛି ଦାବି। ଇମ୍ରାନଙ୍କ ଚିକିତ୍ସା ଦାବି କରି ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି ସୁନୀଲ ଗାଭାସ୍କର ଏବଂ କପିଲ ଦେବଙ୍କ ସମେତ  ୧୪ ଜଣ ପୂର୍ବତନ ଅଧିନାୟକ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ କାରାଗାରରେ ଥିବା ଇମ୍ରାନ ଖାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେମାନେ ଦାବି କରିଛନ୍ତି ଚିଠି ମାଧ୍ୟମରେ।୮୦୦ ଦିନରୁ ଅଧିକ ସମୟ ଧରି କାରାଗାରରେ ଅଛନ୍ତି ଇମ୍ରାନ।କାରାଗାରରେ ତାଙ୍କର ଚିକିତ୍ସାକୁ ନେଇ  ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ।  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିରୁଦ୍ଧରେ ସ୍ୱର ଉଠାଇଥିଲେ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ।କିଛି ଦିନ ପୂର୍ବରୁ ଜଣେ ଓକିଲ ଅଦାଲତରେ ଦାବି କରିଥିଲେ ଯେ, ଇମ୍ରାନ ଖାନଙ୍କ ଡାହାଣ ଆଖିରେ ବାକି ଅଛି କେବଳ ୧୫ ପ୍ରତିଶତ ଦୃଷ୍ଟିଶକ୍ତି। ସେ ଅଭିଯୋଗ କରିଥିଲେ ଯେ, ଗତ ତିନି ମାସ ଧରି ତାଙ୍କ ଅଭିଯୋଗର ସମାଧାନ ପାଇଁ କିଛି କରିନାହାନ୍ତି କର୍ତ୍ତୃପକ୍ଷ।

What's Your Reaction?

like

dislike

love

funny

angry

sad

wow