ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ଜାମିନ

Oct 7, 2024 - 12:27
 0  4
ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ଜାମିନ

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ବଡ ଆଶ୍ୱସ୍ତି । ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଅଦାଲତ। ଏଥିସହ ଅଦାଲତ କହିଛନ୍ତି ଯେ, ସେମାନଙ୍କୁ ଗିରଫ ନକରି ଦାଖଲ କରାଯାଇଛି ଚାର୍ଜସିଟ । ତେଣୁ ଅଦାଲତ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ପ୍ରଦାନ କରିଛନ୍ତି ଜାମିନ। ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଦାଲତଙ୍କୁ କହିଛନ୍ତି ଯେ, ରାବ୍ରି ଦେବୀ, ହେମା ଯାଦବ ଏବଂ ମିସା ଯାଦବଙ୍କୁ ଜାମିନ ପ୍ରଦାନ ପାଇଁ ପୂର୍ବ ନିର୍ଦ୍ଦେଶ ପରି ଦିଆଯିବ ନିର୍ଦ୍ଦେଶ। ୨୫ ଅକ୍ଟୋବରରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି ।

What's Your Reaction?

like

dislike

love

funny

angry

sad

wow