ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ , ୨୪ ମୃତ

Oct 6, 2024 - 16:16
 0  2
ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ , ୨୪ ମୃତ

ଗାଜା ମସ୍‌ଜିଦ୍‌ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ହୋଇଛନ୍ତି ଆହତ।କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍‌ ଅଲ୍‌-ବଲାହସ୍ଥିତ ଅଲ୍‌-ଆକସା ହାସପାତାଳ ନିକଟରେ ଥିବା ଏକ ମସ୍‌ଜିଦ ଉପରେ ହୋଇଛି ଏହି ଆକ୍ରମଣ । ମସ୍‌ଜିଦ୍‌ରେ ବିସ୍ଥାପିତ ଲୋକ ରହୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି କରାଯାଉଛି ଆଶଙ୍କା।ଏହି ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛି ଯେ, ଦେର୍‌ ଅଲ୍‌-ବଲାହ ଅଞ୍ଚଳରେ ଥିବା ‘ଶୁହାଦା ଅଲ-ଆକ୍‌ସା’ ମସ୍‌ଜିଦରେ ଥିବା ହମାସ ଆତଙ୍କବାଦୀଙ୍କ ଉପରେ କରାଯାଇଥିଲା ଏକ ବଡ଼ଧରଣର ଆକ୍ରମଣ । ଏହି ଆତଙ୍କବାଦୀମାନେ ଏଠାରେ ଆଡ୍ଡା ଜମାଇ କରୁଥିଲେ ନିଶାଣ।

What's Your Reaction?

like

dislike

love

funny

angry

sad

wow