ନେପାଳରେ ଭୟଙ୍କର ଭୁସ୍ଖଳନ ଓ ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦୦ ପାର୍‌

Sep 2, 2026 - 11:43
 0  1
ନେପାଳରେ ଭୟଙ୍କର ଭୁସ୍ଖଳନ ଓ ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦୦ ପାର୍‌

ନେପାଳ ଏବଂ ଚୀନ୍‌ ସୀମାନ୍ତରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଏବେ ବି ହଜାର ହଜାର ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି। 

ନେପାଳ ଏବଂ ଚୀନ୍‌ ସୀମାନ୍ତରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଏବେ ବି ହଜାର ହଜାର ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି। ଉଦ୍ଧାରକାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ, ସାମ୍ନାକୁ ଆସୁଛି ଅନେକ ହୃଦୟବିଦାରକ ଚିତ୍ର । ଏସବୁ ଭିତରେ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ସଂଗ୍ରହ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ମିଳିଥିବା ଅନେକ ମୃତଦେହ ଏପରି ଭାବରେ କ୍ଷତିଗ୍ରସ୍ତ ଓ ପଚିସଢ଼ି ଯାଇଛି ଯେ ସେଗୁଡ଼ିକୁ ସାଧାରଣ ଭାବେ ବା ଚେହେରା ଦେଖି ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଏଭଳି ଏକ ଜଟିଳ ପରିସ୍ଥିତିରେ ନେପାଳ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମୃତକମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ଡିଏନ୍‌ଏ ସଂଗ୍ରହ ଅଭିଯାନକୁ ପ୍ରାଥମିକତା ଦିଆଯାଇଛି ।

ଡିଏନ୍‌ଏରୁ ମିଳିବ ମୃତକଙ୍କ ପରିଚୟ
ନେପାଳ ଓ ଚୀନ୍‌ ସୀମାନ୍ତରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୦୦୦ ଅତିକ୍ରମ
ହଜାର ହଜାର ଲୋକ ନିଖୋଜ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ
କ୍ଷତିଗ୍ରସ୍ତ ଓ ପଚିସଢ଼ି ଯାଇଥିବା ମୃତଦେହଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ
ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ଡିଏନ୍‌ଏ ସଂଗ୍ରହ ଅଭିଯାନକୁ ପ୍ରାଥମିକତା
ଡାକ୍ତରଖାନା ଓ ରିଲିଫ୍ କ୍ୟାମ୍ପ ବାହାରେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଭିଡ଼
ମହାମାରୀ ଭୟ ଓ ସଂକ୍ରମଣ ଏଡ଼ାଇବା ପାଇଁ ସରକାରୀ ନିୟମରେ ଶେଷକୃତ୍ୟ ସମ୍ପନ୍ନ
ଅଚିହ୍ନା ମୃତଦେହରୁ ଡିଏନ୍‌ଏ ନମୁନା ଓ ଜିଓ-ଟ୍ୟାଗିଂ ସୂଚନା ସଂରକ୍ଷିତ ରଖାଯାଉଛି
ଭବିଷ୍ୟତରେ ପରିବାରବର୍ଗ ଯେପରି ସଦସ୍ୟଙ୍କୁ ଚିହ୍ନିବାରୁ ବଞ୍ଚିତ ନ ହୁଅନ୍ତି ବ୍ୟବସ୍ଥା କରାଯାଇଛି
କାଠମାଣ୍ଡୁର ମହାରାଜଗଞ୍ଜ ସ୍ଥିତ ନେପାଳ ପୁଲିସ ହସ୍ପିଟାଲରେ ନମୁନା ଦେବାକୁ ଅନୁରୋଧ
ନିକଟସ୍ଥ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ରକ୍ତ ନମୁନା ଓ ଫଟୋ ଦେବାକୁ ପରାମର୍ଶ 

ନେପାଳ ଏବଂ ଚୀନ୍‌ ସୀମାନ୍ତରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଏବେ ବି ହଜାର ହଜାର ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି। ଉଦ୍ଧାରକାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ, ସାମ୍ନାକୁ ଆସୁଛି ଅନେକ ହୃଦୟବିଦାରକ ଚିତ୍ର । ଏସବୁ ଭିତରେ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ସଂଗ୍ରହ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ମିଳିଥିବା ଅନେକ ମୃତଦେହ ଏପରି ଭାବରେ କ୍ଷତିଗ୍ରସ୍ତ ଓ ପଚିସଢ଼ି ଯାଇଛି ଯେ ସେଗୁଡ଼ିକୁ ସାଧାରଣ ଭାବେ ବା ଚେହେରା ଦେଖି ଚିହ୍ନଟ କରିବା ସମ୍ଭବ ହେଉନାହିଁ। ଏଭଳି ଏକ ଜଟିଳ ପରିସ୍ଥିତିରେ ନେପାଳ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମୃତକମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ଡିଏନ୍‌ଏ ସଂଗ୍ରହ ଅଭିଯାନକୁ ପ୍ରାଥମିକତା ଦିଆଯାଇଛି ।  

ଏହି ଭୟଙ୍କର ବିପର୍ଯ୍ୟୟ ପରେ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି ମୃତଦେହଗୁଡ଼ିକର ପରିଚୟ ନିର୍ଣ୍ଣୟ।ବନ୍ୟା ଓ ଭୂସ୍ଖଳନରେ ଅନେକ ମୃତଦେହ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପରିଚୟ କରିବା କଷ୍ଟକର ହୋଇପଡ଼ିଛି।

ନିଖୋଜ ଲୋକଙ୍କ ପରିବାର ଲୋକେ ଏବେ ନିଜ ପ୍ରିୟଜନଙ୍କ ସନ୍ଧାନରେ ହସ୍ପିଟାଲ ଓ ରିଲିଫ୍ କ୍ୟାମ୍ପ ଚକ୍କର କାଟୁଛନ୍ତି।କେହି ଫଟୋ ଧରି ବୁଲୁଛନ୍ତି, ତ ଆଉ କେହି ମିଳୁଥିବା ସୂଚନାକୁ ଆଶାର ସହ ଅପେକ୍ଷା କରିଛନ୍ତି।ଏଭଳି ସ୍ଥିତିରେ ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନ୍‌ଏ ପରୀକ୍ଷାକୁ ସବୁଠୁ ବଡ଼ ଆଧାର କରାଯାଇଛି। ଅଚିହ୍ନା ମୃତଦେହରୁ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଉଛି।

ସେହିପରି ମୃତଦେହ ମିଳିଥିବା ସ୍ଥାନର ସମ୍ପୂର୍ଣ୍ଣ ତଥ୍ୟ ଓ ଜିଓ-ଟ୍ୟାଗିଂ ସୂଚନା ମଧ୍ୟ ସଂରକ୍ଷିତ କରାଯାଉଛି। ଭବିଷ୍ୟତରେ ଡିଏନ୍‌ଏ ମେଳ କରି ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।ନିଖୋଜ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ରକ୍ତ ନମୁନା ଦେବାକୁ ଅନୁରୋଧ କରାଯାଇଛି।ସେମାନଙ୍କର ଡିଏନ୍‌ଏ ନମୁନାକୁ ଅଚିହ୍ନା ମୃତଦେହରୁ ସଂଗୃହୀତ ନମୁନା ସହ ମେଳ କରାଯିବ। ମୃତଦେହଗୁଡ଼ିକ ଚିହ୍ନଟ ହେବା ପରେ ପରିବାରବର୍ଗଙ୍କୁ ସଠିକ୍ ସୂଚନା ଦିଆଯିବ।ସେପଟେ ମହାମାରୀ ଓ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଅନେକ ମୃତଦେହର ଶେଷକୃତ୍ୟ ସରକାରୀ ନିୟମ ଅନୁସାରେ କରାଯାଉଛି।ତେବେ ଶେଷକୃତ୍ୟ ପୂର୍ବରୁ ପ୍ରତ୍ୟେକ ଅଚିହ୍ନା ମୃତଦେହର ଆବଶ୍ୟକ ତଥ୍ୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି।ଯାହାଦ୍ୱାରା ପରବର୍ତ୍ତୀ ସମୟରେ କୌଣସି ପରିବାର ନିଜ ସଦସ୍ୟଙ୍କ ପରିଚୟ ପାଇବାରୁ ବଞ୍ଚିତ ହେବେ ନାହିଁ।ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ। ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଦିନରାତି ଉଦ୍ୟମ ଜାରି ରଖିଛି।ହଜାର ହଜାର ଲୋକ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି।

ବିପର୍ଯ୍ୟୟ ପରେ ଅନେକ ପରିବାର ନିଜ ପ୍ରିୟଜନଙ୍କ ଖୋଜରେ ଅପେକ୍ଷା କରି ରହିଛନ୍ତି। କାହାର ପରିବାର ସଦସ୍ୟ ଜୀବିତ ଅଛନ୍ତି, ନା ଆଉ କେବେ ଫେରିବେ ନାହିଁ—ସେହି ଅନିଶ୍ଚିତତା ଏବେ ସବୁଠୁ ବଡ଼ ଯନ୍ତ୍ରଣା ପାଲଟିଛି।ଆଉ ଏହି ଭୟଙ୍କର ବିପର୍ଯ୍ୟୟର ମଝିରେ, ଅଚିହ୍ନା ମୃତଦେହକୁ ତାଙ୍କ ପରିବାର ସହ ଯୋଡ଼ିବା ପାଇଁ ଏବେ ସବୁଠୁ ବଡ଼ ଭରସା ପାଲଟିଛି—ଡିଏନ୍‌ଏ।

What's Your Reaction?

like

dislike

love

funny

angry

sad

wow