ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରକଲେ ପୁଟିନ୍‌ ଓ କିମ୍‌

Jun 20, 2024 - 15:00
 0  2
ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରକଲେ ପୁଟିନ୍‌ ଓ କିମ୍‌

୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ରହିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ । ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ଠାରେ  ଏକ ପ୍ରତିରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌-ଉନ୍‌। ତେବେ ୨ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏହି ଚୁକ୍ତିକୁ ସବୁଠାରୁ ଶକ୍ତିଶାଳୀ ଚୁକ୍ତିର ଆଖ୍ୟା ଦେଇଛନ୍ତି କିମ୍‌ । ଏହି ଚୁକ୍ତି ଅନୁଯାୟୀ କୌଣସି ଦେଶ ଆକ୍ରମଣ କଲେ ଉଭୟେ ରୁଷିଆ ଓ ଉତ୍ତର କୋରିଆ ପରସ୍ପରକୁ କରିବେ ସହଯୋଗ । ଏହି ଚୁକ୍ତି ଦ୍ୱାରା ରାଜନୀତି, ଅର୍ଥନୀତି, ସଂସ୍କୃତି, ସାମରିକ ଆଦି ବିଭିନ୍ମ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଗମ ହୋଇ ପାରିବ ସହଯୋଗ । ସେହିପରି ବୈଷୟିକ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି  କହିଛନ୍ତି  କିମ୍‌ ଜୋଙ୍ଗ୍‌-ଉନ୍‌।

What's Your Reaction?

like

dislike

love

funny

angry

sad

wow