କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି । ଇରାନର ଘାତକ ସେନା ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ କରିଛନ୍ତି ଘୋଷଣା। ଏନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆଇଆର୍ଜିସିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଦ୍ୱାରା ଏକ ଦୃଢ଼ ବାର୍ତ୍ତା ଦିଆଯାଇଛି। କାନାଡ଼ା ଆଇଆର୍ଜିସିର ସମସ୍ତ ଆତଙ୍କବାଦୀ ଗତିବିଧି ସହ ଲଢ଼ିବା ପାଇଁ ଯଥାସମ୍ଭବ କରିବ ପ୍ରୟାସ । କାନାଡ଼ାର ଏଭଳି ପଦକ୍ଷେପ ପରେ ଏବେ ଇରାନ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଇରାନ ପକ୍ଷରୁ ଏନେଇ ଜାରି କରାଯାଇନାହିଁ କୌଣସି ବୟାନ।
What's Your Reaction?