ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ୍

ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ୍

ଏବେବି ଜାରୀ ରହିଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ । ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ୍ । ଇସ୍ରାଏଲର ମିସାଇଲ୍ ମାଡରେ ଗାଜାର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ  ସାମ୍ନାକୁ ଆସିଛି ଏୟାରଷ୍ଟ୍ରାଇକର ଖବର । ମିଳିଥିବା ସୂଚନା ଅନୁସାରେ ଗାଜାର ଅଲ-ଅବଦା ହାସପାତାଳ ଉପରେ ଇସ୍ରାଏଲ୍ ପକ୍ଷରୁ କରାଯାଇଛି ଏୟାରଷ୍ଟ୍ରାଇକ୍ ।  ଏଥିରେ ୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ହୋଇଛି ଅନେକ କ୍ଷୟକ୍ଷତି ।