ଜଳିଗଲା ସ୍କୁଲ ବସ୍‌: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ

ଜଳିଗଲା ସ୍କୁଲ ବସ୍‌: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ

ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ସ୍କୁଲ ପିଲା ଓ ସେମାନଙ୍କ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ।ଫଳରେ ବସ୍‌ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୨୫ ଜଣ। ପ୍ରାଥମିକ ସୂଚନା ଅନୁସାରେ, ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ  ରହିଥିଲେ ମୋଟ ୪୪ ଜଣ। ସମସ୍ତେ କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ବୁଲିବା ପାଇଁ ଯାଉଥିଲେ ଆୟୁଥାୟା। କିନ୍ତୁ ପାଥୁମ ଥାନି ନିକଟରେ ହଠାତ୍‌ ଚଳନ୍ତା ବସ୍‌ରେ ନିଆଁ ଲାଗି ଘଟିଥିଲା ଅଘଟଣ।