କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ

କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ

 କାନପୁର ଟେଷ୍ଟରେ ଭାରତର ଐତିହାସିକ ବିଜୟ । ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଲକ୍ଷକୁ ୩ ୱିକେଟରେ ହରାଇ ହାସଲ କରି ନେଇଛି ଭାରତ। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଦ୍ବିତୀୟ ଇଂନିସରେ ମାତ୍ର ୧୪୬ ରନରେ ଅଲଆଉଟ ହୋଇଛି ବାଂଲାଦେଶ।ଫଳରେ କାନପୁର ଟେଷ୍ଟରେ ଭାରତ ଆଗରେ ରହିଥିଲା ୯୫ ରନର ବିଜୟ ଲକ୍ଷ୍ୟ। ଭାରତ ପକ୍ଷରୁ ଅଶ୍ବିନୀ, ଜାଡେଜା, ବୁମରା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆକାଶଦୀପ ନେଇଛନ୍ତି ଗୋଟିଏ ୱିକେଟ । ବାଂଲାଦେଶ ପ୍ରଥମ ଇଂନିସରେ ୨୩୩ ରନ କରିଥିବା ବେଳେ  ୨୮୫ ରନ କରି ଇଂନିସ ଘୋଷଣା କରିଥିଲା ଭାରତୀୟ ଦଳ।