ଧାମନଗରରେ ସ୍ଥିତି ପରଖିଲେ ଡିଜିପି
ହିଂସା ଘଟଣାରେ ଭଦ୍ରକ ଓ ଧାମନଗର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଈ.ବି. ଖୁରାନିଆ ଓ ଆଇନଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୟ କୁମାର। ସମୀକ୍ଷା ପରେ ଡିଜିପି କହିଛନ୍ତି ଯେ, ନିୟନ୍ତ୍ରଣରେ ଅଛି ସ୍ଥିତି । ଦିନେ ଦୁଇ ଦିନରେ ହେବ ସ୍ଵାଭାବିକ । ଅଧିକାରୀଙ୍କ ସହ କରିଛି ଆଲୋଚନା। ୨୨ ତାରିଖରେ ଘଟଣା ପରେ ସଜାଗ ହୋଇଛି ପୋଲିସ । ୫ଟି ଥାନା ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ନିୟମିତ ପାଟ୍ରୋଲିଂ କରୁଛନ୍ତି ପୋଲିସ ଓ ରାପିଡ ଆକ୍ସନ ଫୋର୍ସ। ସାମାଜିକ ଗଣମାଧ୍ୟମରେ ଭୁଲ୍ ପୋଷ୍ଟ ହେଉଥିବା ଆମ ନଜରକୁ ଆସୁଛି । ଆପତ୍ତିଜନକ ପୋଷ୍ଟ ଦେଖିଲେ ପୋଲିସକୁ ଜଣାନ୍ତୁ । ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଡିଜିପି ।
What's Your Reaction?