ପୁଣି ୨୮ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
ପୁଣି ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୮ ତାରିଖ ସକାଳ ସାଢେ ୮ଟାରେ ଦିଲ୍ଲୀରୁ ଭୁବନେଶ୍ବର ବାହାରି ଦିନ ସାଢେ ୧୦ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ସିଧାସଳଖ ଜନତା ମଇଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଯିବେ। ୧୦ଟା ୫୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ -୨୦୨୫ ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ । କାର୍ୟ୍ୟକ୍ରମ ସାରି ମଧ୍ୟାନ ୧୨ଟା ୩୫ରେ ଜନତା ମଇଦାନରୁ ଭୁବନେଶ୍ବର ବିମାନ ବନ୍ଦର ଯିବେ । ସେଠାରୁ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ମୋଦୀ ।
What's Your Reaction?