ଗାଦିମଡ଼ା ପୁଲିସ ଅଧିକାରୀଙ୍କୁ ସିପିଙ୍କ ଚେତାବନୀ

Oct 1, 2024 - 15:20
 0  4
ଗାଦିମଡ଼ା ପୁଲିସ ଅଧିକାରୀଙ୍କୁ ସିପିଙ୍କ ଚେତାବନୀ

ଡିସିପି କାର୍ଯ୍ୟାଳୟରେ କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ। ପାର୍ବଣ ସମେତ ଆଇନଶୃଙ୍ଖଳା ନେଇ ସେ କରିଛନ୍ତି ଆଲୋଚନା। ଏହି ସମୟରେ ଗାଦିମଡ଼ା ପୋଲିସ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇ ସେ କହିଛନ୍ତି ଯେ,ପ୍ରଦର୍ଶନ ହେଉଛି ଆଧାର, ନ କରିପାରିଲେ ନିଆଯିବ ପଦକ୍ଷେପ। ଏଥିସହିତ ଦୀର୍ଘଦୀନରୁ ଥିବା ଅଧିକାରୀଙ୍କ ତଥ୍ୟ ନେବି ବୋଲି କହିଛନ୍ତି ପୋଲିସ କମିଶନର। ସେ ଆହୁରି କହିଛନ୍ତି ଯେ, ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା  ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ୱ । ଅଭିଯୋଗକାରୀ ହେଉଛନ୍ତି ଥାନାର ଅତିଥି,ତେଣୁ ଉତ୍ତମ ବ୍ୟବହାର କର। ଦିନ ହେଉ କି ରାତି ତୁରନ୍ତ ଅଭିଯୋଗ ଶୁଣିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

What's Your Reaction?

like

dislike

love

funny

angry

sad

wow