ଆସନ୍ତା କାଲି ଖୋଲିବ ରତ୍ନଭଣ୍ଡାର, ସକାଳ ୯ଟା ୫୧ ଶୁଭ ମୁହୂର୍ତ୍ତ

ଗୁରୁବାର ତଥା ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର । ଏଥିପାଇଁ ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ଶୁଭ ମୂହୁର୍ତ୍ତ। ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଦଳ। ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବା ସହ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ କରାଯିବ ସ୍ଥାନାନ୍ତର ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାରର ୩ଟି ତାଲା ଭଙ୍ଗା ଯାଇଥିଲେ ବି ୨ଟି ତାଲା ପକାଇ ଚାବିକୁ ଟ୍ରେଜେରୀ ଜିମା ଦିଆଯାଇଛି। ଆସନ୍ତା ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଖୋଲାଯିବ ଭିତର ରତ୍ନଭଣ୍ଡାର ।
What's Your Reaction?






