ଆସୁଛି ଦୁଇଟି ଲଘୁଚାପ ; ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା
ଆସନ୍ତା କିଛି ଦିନ ଭିତରେ ଓଡିଶାରେ ହୋଇପାରେ ପ୍ରବଳ ବର୍ଷା । କାରଣ ୮ ଦିନ ଭିତରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା।ଆଗକୁ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଥିବାରୁ ଆହୁରି ଅଧିକ ବର୍ଷା ହେବାର କରାଯାଉଛି ଆକଳନ ।
What's Your Reaction?