ଓଡିଶାରେ ବଡ ଧରଣର ସିବିଆଇ ରେଡ
ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ନକଲି ପ୍ରମାଣପତ୍ର ନେଇ ସାରା ଓଡିଶାରେ କରାଯାଇଛି ବଡ ଧରଣର ସିବିଆଇ ଚଢାଉ । ରାଜ୍ୟର ବିଭିନ୍ନ ଜିଲାର୬୭ ସ୍ଥାନରେ ଚଢାଉ କରିଛି ସିବିଆଇ।ସୂଚନା ଅନୁଯାୟୀ, ୨୦୨୩ରେ ୧ ହଜାର ୩୮୨ଟି ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କେବଳ ଦଶମ ମାର୍କ ଆଧାରରେ ଚାକିରି ମିଳିବାର ନିୟମ ଥିଲା। କିନ୍ତୁ ନକଲି ପ୍ରମାଣପତ୍ର ଦେଇ ଅନେକ ପିଲା ଏହି ଚାକିରି ପାଇଥିବାର ହୋଇଥିଲା ଅଭିଯୋଗ। ଅନେକ ପିଲା ରାଜ୍ଯ ବାହାରୁ ନକଲି ପ୍ରମାଣପତ୍ର ଆଣି ପାଇଛନ୍ତି ଏହି ଚାକିରି। ୨୦୨୩ ମେ’ ୯ ତାରିଖରେ ମାମଲା ରୁଜୁ କରିଥିଲା ସିବିଆଇ । ପ୍ରମାଣପତ୍ର ଯାଞ୍ଚ ବେଳେ ଦେଖା ଯାଇଥିଲା, ଅନେକ ପିଲା ରାଜ୍ଯ ବାହାରର ବିଭିନ୍ନ ବୋର୍ଡରୁ ଆଣିଛନ୍ତି ନକଲି ପ୍ରମାଣପତ୍ର।
What's Your Reaction?