କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଆଜି ଶପଥ ନେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରଣେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ । ୧୯ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ଦାଖଲ ହେବ ନାମାଙ୍କନ ପତ୍ର । ୨୦ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ମିଳିଛି ସୂଚନା ।
What's Your Reaction?






