ବଢୁଛି ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା
ସୁନ୍ଦରଗଡ଼ ଜିଲ୍ଲାରେ ୧୯କୁ ବଢିଲା ଅସ୍ବାଭାବିକ ମୃତ୍ଯୁ ସଂଖ୍ଯା । ଅଂଶୁଘାତରେ ସମସ୍ତଙ୍କର ମୃତ୍ଯୁ ହୋଇଥିବା କରାଯାଉଛି ଆଶଙ୍କା। ଗତକାଲି ସୁନ୍ଦରଗଡ଼ ହାସପାତାଳରେ ୪ ଓ ରାଉରକେଲା ସରକାରୀ ହାସପାତାଳରେ ୧୦ ଜଣଙ୍କର ହୋଇଥିଲା ମୃତ୍ଯୁ ।ଆଜି ରାଉରକେଲାରେ ଆଉ ଦୁଇଜଣଙ୍କର ମୃତ୍ଯୁ ହୋଇଛି । ରାଉରକେଲାରେ ମୋଟ ୧୨ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣଙ୍କର ଜୀବନ ଅଂଶୁଘାତରେ ଯାଇଥିବା ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି। ତେବେ ସୁନ୍ଦରଗଡ଼ର ୪ ଓ ରାଉରକେଲାର ଅବଶିଷ୍ଟ ୮ଜଣଙ୍କର ମୃତ୍ଯୁ କାରଣ ଏବେବି ଅସ୍ପଷ୍ଟ ରହିଛି ।ଶବବ୍ଯବଚ୍ଛେଦ ପରେ ସ୍ପଷ୍ଟ ହେବ ସମସ୍ତଙ୍କ ମୃତ୍ଯୁର କାରଣ । ସେହିପରି ଅଂଶୁଘାତରେ ଆକ୍ରାନ୍ତ ୨୩ ଜଣଙ୍କୁ ରାଉରକେଲା ସରକାରୀ ହାସପାତାଳରେ ଚିକିତ୍ସିତ କରାଯାଉଥିବାବେଳେ ଗୁରୁତର ଥିବା ୧୦ ଜଣଙ୍କୁ ହାଇଟେକ୍ ହାସପାତାଳରେ କରାଯାଉଛି ଚିକିତ୍ସା ।ସେପଟେ ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ ।
What's Your Reaction?