ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି , ଉତ୍ତର ଓଡ଼ିଶାରେ ବର୍ଷା

May 31, 2024 - 11:27
May 31, 2024 - 12:08
 0  11
ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି , ଉତ୍ତର ଓଡ଼ିଶାରେ ବର୍ଷା

ରାଜ୍ୟର ପଶ୍ଚିମ ଓଡିଶାରେ ଅନୁଭୁତ ହେଉଛି ଅସହ୍ୟ ଗୁଳୁଗୁଳି। ୪୫ ଡିଗ୍ରୀ ଉପରେ ରହୁଛି ପାରଦ। ହେଲେ ଉତ୍ତର ଓଡିଶାରେ ଆଜି ଆରମ୍ଭ ହୋଇଛି ବର୍ଷା । ସକାଳୁ ସକାଳୁ ବାଲେଶ୍ୱର, ବସ୍ତା, ଭୋଗରାଇର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ପାଗରେ ହୋଇଛି ସାମନ୍ୟ ପରିବର୍ତ୍ତନ । ଅନ୍ୟପଟେ ଗତକାଲି ଠାରୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବ ବୋଲି  ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow