ଦିନ ସାଢ଼େ ୨ଟା ସୁଦ୍ଧା ସିଝିଲା ଝାରସୁଗୁଡ଼ା

May 30, 2024 - 15:55
 0  13
ଦିନ ସାଢ଼େ ୨ଟା ସୁଦ୍ଧା ସିଝିଲା ଝାରସୁଗୁଡ଼ା

ପୁଣି ଓଡିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଛି ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ୪୬.୬ ଡିଗ୍ରୀ ସହ ଜଳୁଛି ଝାରସୁଗୁଡ଼ା ସହର । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏପରିକି ୪୧ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁରରେ ୪୫.୬, ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ ଏବଂ କେନ୍ଦୁଝରରେ ରେକର୍ଡ ହୋଇଛି ୪୧.୪ ଡିଗ୍ରୀ ପାରଦ।

What's Your Reaction?

like

dislike

love

funny

angry

sad

wow