ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ବୁଲିପାରିବେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । ସେପଟେ ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଆଜି ଉଦ୍ଯାପନୀ ସମାରୋହରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି।
What's Your Reaction?