ଏଲ ଆଣ୍ଡ ଟି ଅଧ୍ୟକ୍ଷଙ୍କ ଅଜବ ବୟାନ ; କହିଲେ କର୍ମଚାରୀ ୯୦ ଘଣ୍ଟା କାମ କରିବା କଥା, ଶୁଣି ରାଗିଲେ ଦୀପିକା ପାଦୁକୋଣ
ଦେଶର ବିଭିନ୍ନ ଶିଳ୍ପପତି ବର୍ତ୍ତମାନ ଅଧିକ କାମ କରିବାକୁ ଦେଉଛନ୍ତି ପରାମର୍ଶ । ନିକଟରେ ଦେଶର ଲୋକଙ୍କୁ ଅଧିକ କାମ କରିବାର ଅଛି ବୋଲି କହି ଚର୍ଚ୍ଚାରେ ରହିଥିଲେ ନାରାୟଣ ମୂର୍ତ୍ତି । ଏବେ ଲାର୍ସେନ୍ ଆଣ୍ଡ ଟୁବ୍ରୋ ଅଧ୍ୟକ୍ଷ ଏସଏନ୍ ସୁବ୍ରମଣିୟନ ମଧ୍ୟ କାର୍ଯ୍ୟ ଜୀବନ ସନ୍ତୁଳନ ନେଇ ଦେଇଛନ୍ତି କିଛି ଏଭଳି ବୟାନ।ଗୁରୁବାର କର୍ମଚାରୀଙ୍କ ସହିତ ବୈଠକ ବେଳେ ସୁବ୍ରମଣୟମ ପରାମର୍ଶ ଦେଇ କହିଥିଲେ ଯେ, କର୍ମଚାରୀମାନେ ସପ୍ତାହରେ ୭ଦିନ ଓ ୯୦ ଘଣ୍ଟା କାମ କରିବାକୁ ଇଚ୍ଛା ପ୍ରକାଶ କରିବା ଦରକାର। “ ମୋତେ ଦୁଃଖ ଲାଗେ ଯେ ମୁଁ ତୁମକୁ ରବିବାର କାମ କରାଇ ପାରୁ ନାହିଁ। ଯଦି ଆପଣମାନେ ପାରୁଛନ୍ତି ତେବେ ରବିବାର ବି କାମ କରନ୍ତୁ। ମୁଁ ଅଧିକ ଖୁସି ହେବି।ସ୍ତ୍ରୀ ମୁହଁକୁ କେତେ ସମୟ ଚାହିଁ ରହିବ?' ଏସ୍.ଏନ୍ ସୁବ୍ରମଣ୍ୟନଙ୍କ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ହେଉଛି ଖୁବ ଭାଇରାଲ । ସେହିପରି ସୁବ୍ରମଣିୟମଙ୍କର ଏହି ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏକ ପୋଷ୍ଟ ଲେଖିଛନ୍ତି ଯେ, “ଏତେ ବରିଷ୍ଠ ପଦବୀରେ ଥିବା ଲୋକମାନଙ୍କର ଏପରି ବୟାନ ଆଶ୍ଚର୍ଯ୍ୟଜନକ।” ଏହାପରେ ସେ ହ୍ୟାସ୍ ଟ୍ୟାଗ୍ରେ ଲେଖିଛନ୍ତି ମେଣ୍ଟାଲ ହେଲ୍ଥ ମେଟର। ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱ ରହିଛି ବୋଲି ଦର୍ଶାଇଛନ୍ତି ଦୀପିକା ପାଦୁକୋନ।
What's Your Reaction?