ଉତ୍ତର ପ୍ରଦେଶର ମଥୁରାରେ ବଡ ଅଘଟଣ

Feb 19, 2026 - 12:53
 0  0
ଉତ୍ତର ପ୍ରଦେଶର ମଥୁରାରେ ବଡ ଅଘଟଣ

ଉତ୍ତର ପ୍ରଦେଶର ମଥୁରାରେ ବଡ ଅଘଟଣ। ଏକ କାର ନିୟନ୍ତ୍ରଣ ହରାଇ କେନାଲରେ ଖସି ପଡ଼ିବାରୁ ଚାରି ଜଣଙ୍କର ହୋଇଛି ମୃତ୍ୟୁ। ମୃତକମାନେ ମହାବନ ଥାନା ଅଞ୍ଚଳର ବାସିନ୍ଦା ଏବଂ ରାଜସ୍ଥାନର ଡିଗରେ ଏକ ବିବାହ ଉତ୍ସବକୁ ଯାଉଥିବା ସମୟରେ ଘଟିଛି ଏହି ଦୂର୍ଘଟଣା। ମୃତକଙ୍କ ମଧ୍ୟରୁ ତିନି ଜଣ ଗୋଟିଏ ପରିବାରର ବୋଲି ମିଳିଛି ସୂଚନା।ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା କାରଟି ପ୍ରଥମେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ହୋଇଥିଲା ଧକ୍କା।ପରେ ଗୋବର୍ଦ୍ଧନ କେନାଲରେ ପଡ଼ିଯାଇଥିଲା। କେନାଲରେ ପାଣି ଅଧିକ ଥିବାରୁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା କାରଟି। 

What's Your Reaction?

like

dislike

love

funny

angry

sad

wow