ଆମେରିକାର ଦାବିକୁ ଖଣ୍ଡନ କଲା ଋଷିଆ
ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି ଋଷିଆ। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀ ତାର ଶକ୍ତି ନୀତିରେ କୌଣସି ପରିବର୍ତ୍ତନ କରିଥିବା ନେଇ ସେମାନଙ୍କ ପାଖରେ ନାହିଁ କୌଣସି ସୂଚନା ।ଋଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଭାରତର ଋଷିଆ ସହ ତୈଳ ବ୍ୟାପାର ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ଏହା ଅନ୍ତର୍ଜାତୀୟ ବଜାରରେ ରକ୍ଷା କରେ ସ୍ଥିରତା। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦାବିକୁ କରିଛନ୍ତି ସମାଲୋଚନା।ସୂଚନାଯୋଗ୍ୟ ଯେ, ନିକଟରେ ଏକ ନୂତନ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଭାରତ ଋଷିଆରୁ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି ବୋଲି ଦାବି କରିଥିଲା ଆମେରିକା। ଏହି ଚୁକ୍ତି ପରେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ଶୁଳ୍କକୁ ୫୦% ରୁ କମାଇ କରିଥିଲା ୧୮%।
What's Your Reaction?