ନବୀନ ନିବାସରୁ ବାହାରି ଖୁଲାସା କଲେ କଳିକେଶ ନାରାୟଣ ସିଂହଦେଓ

Jan 31, 2026 - 16:48
 0  1
ନବୀନ ନିବାସରୁ ବାହାରି ଖୁଲାସା କଲେ କଳିକେଶ ନାରାୟଣ ସିଂହଦେଓ

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଇଛନ୍ତି କଳିକେଶ ନାରାୟଣ ସିଂହଦେଓ ।ସେ କହିଛନ୍ତି ଯେ, ନବୀନଙ୍କ ପରେ କୌଣସି ଲିଡରସିପର ଉଠୁନି ପ୍ରଶ୍ନ । ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ନାହିଁ।ନବୀନଙ୍କ ସହ ରହିଛି ପୂରା ବିଜୁ ଜନତା ଦଳ ' । 'ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି' । ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି ।ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଏବଂ 'ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆମେ କଲୁ ଆଲୋଚନା ।ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ।୨୪ ବର୍ଷ ଧରି ରାଜ୍ୟକୁ ସୁବର୍ଣ୍ଣ ଅବଧି ଦେଇଛନ୍ତି ନବୀନ । ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି କଳିକେଶ  ।

What's Your Reaction?

like

dislike

love

funny

angry

sad

wow