ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Dec 2, 2024 - 14:01
Dec 2, 2024 - 16:01
 0  5
ଫୁଟବଲ ମ୍ୟାଚ ବେଳେ ରକ୍ତ ସଂଘର୍ଷ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ପଶ୍ଚିମ ଆଫ୍ରିକୀୟ ଦେଶ ଗିନିଆରେ ଫୁଟବଲ ମ୍ୟାଚ ବେଳେ ହିଂସାକାଣ୍ଡ ଘଟି ୧୦୦ରୁ ଅଧିକ ଲୋକଙ୍କ ହୋଇଛି ମୃତ୍ୟୁ । ମ୍ୟାଚ ସମୟରେ ହୋଇଥିବା ହିଂସାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ହେଉଛି ବେଶ୍ ଭାଇରାଲ । ସୂଚନା ଅନୁଯାୟୀ,ରବିବାର ଗିନିଆ ଜେରିକୋରେ ଚାଲିଥିବା ଏକ ଫୁଟବଲ ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଅସନ୍ତୋଷ । ଗ୍ୟାଲେରୀରୁ ସିଧା ସଳଖ ପଡ଼ିଆ ମଝିରେ ପ୍ରବେଶ କରିଥିଲେ କିଛି ଦର୍ଶକ। ଏହାପରେ ଉଭୟ ଗୋଷ୍ଠିର ସମର୍ଥକଙ୍କ ମଧ୍ୟରେ ହୋଇଥିଲା ରକ୍ତ ସଂଘର୍ଷ ,ଯାହାକୁ ନେଇ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି।

What's Your Reaction?

like

dislike

love

funny

angry

sad

wow