ପ୍ୟାରିସ ପାରାଅଲିମ୍ପିକ୍ସ: ତୀରନ୍ଦାଜରେ ମିଳିଲା ଭାରତକୁ ପ୍ରଥମ ସ୍ୱର୍ଣ୍ଣ

Sep 5, 2024 - 11:34
 0  4
ପ୍ୟାରିସ ପାରାଅଲିମ୍ପିକ୍ସ: ତୀରନ୍ଦାଜରେ ମିଳିଲା ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ପ୍ୟାରିସ ପାରାଅଲିମ୍ପିକ୍ସର ତୀରନ୍ଦାଜୀରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଦେଶ ପାଇଁ ଗୌରବ ଆଣିବା ସହ ଇତିହାସ ରଚିଲେ ତୀରନ୍ଦାଜ ହରବିନ୍ଦର ସିଂହ। ସପ୍ତମ ଦିନରେ ପୁରୁଷ ବିଭାଗ ବ୍ୟକ୍ତିଗତ ରିକର୍ଭ ଓପନ ଫାଇନାଲ ମ୍ୟାଚରେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଛନ୍ତି ହରବିନ୍ଦର। ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ।ସେପଟେ ପୁରୁଷ ସଟଫୁଟ୍‌ରେ ରୌପ୍ୟ ଜିତିଛନ୍ତି ସଚିନ ସର୍ଜେରାଓ ଖିଲାରୀ। ସେହିଭଳି କ୍ଲବ୍ ଥ୍ରୋରେ ମଧ୍ୟ ଭାରତକୁ ଧରମବୀର ଓ ସୁରମା ପ୍ରଣବ ଯୋଡ଼ି ସ୍ୱର୍ଣ୍ଣ ଓ ରୌପ୍ୟ ପ୍ରଦାନ କରିଥିବାରୁ ପ୍ୟାରିସ ପାରା ଅଲିମ୍ପିକସରେ ୨୪ ରେ ପହଞ୍ଚିଛି ଭାରତ ପଦକ ସଂଖ୍ୟା। 

What's Your Reaction?

like

dislike

love

funny

angry

sad

wow