କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା,'ମୁହଁ ବନ୍ଦ କରିବାକୁ ପୁଲିସ ଯାଚିଥିଲା ଟଙ୍କା',

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଜଳୁଛି ପୂରା ଦେଶ। ଲଗାତର ଜାରି ରହିଛି ବିକ୍ଷୋଭ। ଏହାରି ଭିତରେ କୋଲକାତା ପୁଲିସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ବାପା-ମା'। ମୁହଁ ବନ୍ଦ କରିବାକୁ ପୁଲିସ ତାଙ୍କୁ ଟଙ୍କା ଯାଚିଥିବା ସେମାନେ କରିଛନ୍ତି ଅଭିଯୋଗ।ଅଭିଯୋଗ ମୁତାବକ, ଘଟଣା ଆରମ୍ଭରୁ ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା କୋଲକାତା ପୁଲିସ। ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଖିବାକୁ ଦିଆଯାଇନଥିଲା ଅନୁମତି। ପୋଷ୍ଟମର୍ଟମ ପାଇଁ ନିଆଯାଇଥିବା ବେଳେ ତାଙ୍କୁ ପୁଲିସ ଷ୍ଟେସନରେ କରିବାକୁ ପଡିଥିଲା ଅପେକ୍ଷା। ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କୁ ମୁହଁ ବନ୍ଦ ରଖିବାକୁ ଟଙ୍କା ଯାଚିଥିଲେ ଜଣେ ବରିଷ୍ଠ ପୁଲିସ ଅଧିକାରୀ। ତେବେ ଟଙ୍କା ନେବାକୁ ତୁରନ୍ତ ମନା କରି ଦେଇଥିବା ଖୁଲାସା କରିଛନ୍ତି ପରିବାର ଲୋକେ।
What's Your Reaction?






