ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ସରକାରୀ ବିଜ୍ଞପ୍ତି ଜାରି କଲା ଆମେରିକା
U.S. President Donald Trump has imposed an additional 25% tariff on various goods imported from India, increasing total tariffs on Indian products to 50%. The new tariff rules will take effect from 12:01 am on August 27. Trump expressed displeasure over India purchasing oil from Russia and warned that if no diplomatic solution is reached, stricter economic measures could be taken against other countries trading with Moscow, along with additional sanctions on Russia itself. He also cautioned of “serious consequences” in the coming week.
ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯାହାଫଳରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଛି ବାଣିଜ୍ୟିକ ତିକ୍ତତା। ନୂତନ ଶୁଳ୍କ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ହେବ ଲାଗୁ । ଏହି ବର୍ଦ୍ଧିତ ଶୁଳ୍କ ପରେ ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ପାଇବ ବୃଦ୍ଧି ।ଭାରତ ରୁଷିଆରୁ ତେଲ କିଣିବା ଯୋଗୁ କ୍ଷୁବ୍ଧ ହୋବା ସହ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପ ।ରାଷ୍ଟ୍ରପତି ଟ୍ରମ୍ପ୍ ସଙ୍କେତ ଦେଇଛନ୍ତି ଯେ, ଯଦି କୂଟନୈତିକ ସ୍ତରରେ କୌଣସି ସମାଧାନ ନ ହୁଏ, ତେବେ ଋଷିଆ ସହିତ ବାଣିଜ୍ୟ କରୁଥିବା ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ମଧ୍ୟ ଅଧିକ ଅର୍ଥନୈତିକ ପଦକ୍ଷେପ ନିଆଯାଇପାରେ କିମ୍ବା ମସ୍କୋ ଉପରେ ଲଗାଯାଇପାରେ ଅତିରିକ୍ତ ପ୍ରତିବନ୍ଧକ । ଆଗାମୀ ସପ୍ତାହରେ ଏହାର ଗୁରୁତର ପରିଣାମ ହେବ ବୋଲି ସେ ଦେଇଛନ୍ତି ଚେତାବନୀ ।
What's Your Reaction?