ଆରପାରିରେ ବରିଷ୍ଠ ରାଜନେତା ତଥା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ
୭୨ ବର୍ଷ ବୟସରେ ବରିଷ୍ଠ ରାଜନେତା ତଥା ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ପରଲୋକ। ଦୀର୍ଘଦିନ ହେବ ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସେ ଏମ୍ସର ଆଇସିୟୁରେ ହୋଇଥିଲେ ଭର୍ତ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ହୋଇଛି ଦେହାନ୍ତ।୨୦୧୫ରୁ ସେ ନେଇଥିଲେ ସିପିଆଇଏମର ସାଧାରଣ ସମ୍ପାଦକ ଦାୟିତ୍ବ ।ସିପିଏମ ପଲିଟିବ୍ଯୁରୋର ସଦସ୍ଯ ଥିଲେ ସୀତାରାମ ୟେଚୁରୀ । ୨୦୦୫ରୁ ୨୦୧୭ ଯାଏ ସେ ଥିଲେ ରାଜ୍ଯସଭା ସଦସ୍ଯ । ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଜେଏନୟୁରୁ ଶିକ୍ଷାଲାଭ କରିଥିବା ସୀତାରାମ ଥିଲେ ଏସଏଫଆଇର ଜଣେ ଟାଣୁଆ ନେତା । ସିପିଏମରେ ୧୯୭୫ରେ ଯୋଗ ଦେଇଥିଲେ ସୀତାରାମ ।ଜେଏନୟୁର ୩ ଥର ସଭାପତି ଥାଇ ସେ ଦେଖାଇଥିଲେ ପରାକାଷ୍ଠା । ୧୯୯୨ରେ ସେ ହୋଇଥିଲେ ପଲିଟିବ୍ଯୁରୋ ସଦସ୍ଯ । ୟୁପିଏ ସରକାର ଅମଳରେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଚିଠା କମିଟିରେ ଥିଲେ ସୀତାରାମ ୟେଚୁରୀ ।
What's Your Reaction?