ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ

Sep 13, 2024 - 11:30
 0  1
ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଅଳଙ୍କାର ଜବତ । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ୨୦ କେଜି ସୁନା ଜବତ କରିଛି ସିଟି ଜିଏସଟି। ଜବତ ସୁନା ଅଳଙ୍କାର ଭିତରୁ ମେଳ ଖାଉନାହିଁ ୪କେଜି ସୁନାର ହିସାବ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି କରାଯାଉଛି ପଚରାଉଚରା। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ମିଳିଛି ସୂଚନା। କିଛି ଦିନ ତଳେ ବିମାନବନ୍ଦର ସମୁଖରୁ ଜବତ ହୋଇଥିଲା  ୩୦ କିଲୋ ସୁନା ଏବଂ ୨୦୦କେଜି ରୂପା ଅଳଙ୍କାର,ଯେଉଁଥିରେ ଅଢେଇ କିଲୋ ସୁନା ଅଳଙ୍କାରର ତଥ୍ୟ ପାଇ ନଥିଲା ସିଟି ଜିଏସଟି । 

What's Your Reaction?

like

dislike

love

funny

angry

sad

wow