ରତ୍ନବେଦୀରେ ଶ୍ରୀଜିଉ; ଆଜିଠୁ ବାହାରିବ ନୀଳାଚଳ ଅବଢା

Jul 20, 2024 - 13:15
 0  1
ରତ୍ନବେଦୀରେ ଶ୍ରୀଜିଉ; ଆଜିଠୁ ବାହାରିବ ନୀଳାଚଳ ଅବଢା

ନବଦିନାତ୍ମକ ଯାତ୍ରା ସାରି ବଡ ଦେଉଳକୁ ବାହୁଡିଛନ୍ତି ତିନି ଠାକୁର । ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ଲୀଳାଖେଳା  ।ଗତକାଲି ରାତିରେ ଗୋଟି ପହଣ୍ଡିରେ ରଥରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ଭଉଣୀ ସୁଭଦ୍ରା ରତ୍ନବେଦୀକୁ କରିଥିଲେ ବିଜେ । ଏହାପରେ  ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ସିଂହଦ୍ୱାର ବନ୍ଦ କରିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ । ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶେଷ କରାଯାଇଥିଲା ନବଦିନାତ୍ମକ ଯାତ୍ରା ।ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ହୋଇଥିଲା ସମ୍ପାଦନ । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ । 

What's Your Reaction?

like

dislike

love

funny

angry

sad

wow