ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ୍ ମସ୍କ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ୍ ମସ୍କ

ସାମାଜିକ ଗଣମାଧ୍ୟମ ଏକ୍ସରେ ୧୦କୋଟି ଟପିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁସରଣକାରୀଙ୍କ ସଂଖ୍ୟା । ଏହି ଅବସରରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏଲନ ମକ୍ସ।ନିଜ ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି ଯେ, ଏକ୍ସରେ ମୋଦୀ ବିଶ୍ୱର ସର୍ବାଧିକ ଅନୁଗାମୀ ନେତା ହୋଇଥିବାରୁ ଶୁଭେଚ୍ଛା ।କିଛିଦିନ ତଳେ ସାମାଜିକ ଗଣମାଧ୍ୟମ ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।  ୧୦ କୋଟିରୁ ଅଧିକ ହୋଇଛି ତାଙ୍କ ଅନୁଗାମୀଙ୍କ ସଂଖ୍ୟା। ଗତ ତିନି ବର୍ଷ ଭିତରେ  ବଢିଛନ୍ତି ୩ କୋଟି ଅନୁଗାମୀ । କେବଳ ଏକ୍ସ ନୁହେଁ ୟୁଟ୍ୟୁବରେ ଅଢେଇ କୋଟି ଓ ଇନଷ୍ଟାଗ୍ରାମରେ ରହିଛନ୍ତି ୯ କୋଟି ୧୦ ଲକ୍ଷ ଅନୁଗାମୀ ।