ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ଝଟକା

Aug 5, 2024 - 14:29
 0  2
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ଝଟକା

ଏଲ୍ଡରମ୍ୟାନ୍ ନିଯୁକ୍ତି ମାମଲାରେ କେଜ୍ରିୱାଲ ସରକାରଙ୍କୁ ସର୍ବୋଚ୍ଚଅଦାଲତରୁ ମିଳିଛି ବଡ ଝଟକା । ଏମସିଡି ଅର୍ଥାତ୍ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ ମନୋନୀତ କରିବା ପାଇଁ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅନୁମତି ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ପିଏସ ନରସିଂହା ଏବଂ ଜଷ୍ଟିସ ଜେବି ପାରଦିୱାଲାଙ୍କ ବେଞ୍ଚ । ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ , ଦିଲ୍ଲୀର ଉପରାଜ୍ୟପାଳ ସ୍ୱାଧୀନ ଭାବେ ଏମସିଡିରେ ୧୦ ଜଣ ଏଲ୍ଡରମ୍ୟାନଙ୍କୁ କରିପାରିବେ ମନୋନୀତ । ଏଥିପାଇଁ ତାଙ୍କୁ ଦିଲ୍ଲୀ ସରକାରଙ୍କ ମନ୍ତ୍ରିମଣ୍ଡଳ ପରାମର୍ଶର ନାହିଁ ଆବଶ୍ୟକତା ।ଅଦାଲତ ଆହୁରି କହିଛନ୍ତି ଯେ,ଏମସିଡିରେ ସଦସ୍ୟ ମନୋନୀତ କରିବା ପାଇଁ ଉପରାଜ୍ୟପାଳଙ୍କ କ୍ଷମତା ଏକ ବୈଧାନିକ କ୍ଷମତା, କାର୍ୟ୍ୟନିର୍ବାହୀ କ୍ଷମତା ନୁହେଁ।  ୧୯୯୩ ଆଇନ ଦିଲ୍ଲୀ ସରକାରଙ୍କ ସହ ପରାମର୍ଶ ନକରି ଏଲ୍ଡରମ୍ୟାନ ନିଯୁକ୍ତ କରିବାର ଅଧିକାର ଉପରାଜ୍ୟପାଳଙ୍କୁ ଦେଇଛି ବୋଲି କହିଛନ୍ତି ଅଦାଲତ ।

What's Your Reaction?

like

dislike

love

funny

angry

sad

wow