ଭିଜିଲାନ୍ସ ଜାଲରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

Aug 5, 2024 - 13:10
Aug 5, 2024 - 13:26
 0  3
ଭିଜିଲାନ୍ସ ଜାଲରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ ବା ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥଙ୍କ  ଏକାସାଙ୍ଗେ ୧୨ ସ୍ଥାନରେ କରାଯାଉଛି ଚଢାଉ। ଆଉ ଏହି ଚଢ଼ାଉ ବେଳେ ବାବୁଙ୍କ ଘରୁ ମିଳିଛି ପୁଳା ପୁଳା ସୁନା,ଯେଁଉଥିରେ ରହିଛି ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏବଂ ଅନ୍ୟ ଅଳଙ୍କାର ।ଏଥିସହ ଭିଜିଲାନ୍ସ ହାତରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଥିବା ମିଳିଛି ସୂଚନା। ତେବେ ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ଯ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣଧିନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ବିଭିନ୍ନ ସ୍ଥାନରେ ଘର, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ମଧ୍ଯ ଚଢ଼ାଉ କରୁଛି ଭିଜିଲାନ୍ସ। ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ କରାଯାଉଥିବା ଚଢାଉରେ ସାମିଲ ହୋଇଛନ୍ତି ୯ ଡିଏସପି, ୧୧ ଇନ୍ସପେକ୍ଟର ଓ ଅନ୍ଯଅଧିକାରୀ।

What's Your Reaction?

like

dislike

love

funny

angry

sad

wow