ଆଜି ହେଉଛି ବିଶ୍ୱ ଏଡସ ଦିବସ

Dec 1, 2024 - 13:38
 0  3
ଆଜି ହେଉଛି ବିଶ୍ୱ ଏଡସ ଦିବସ

ଆଜି ହେଉଛି ବିଶ୍ୱ ଏଡସ ଦିବସ । ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ଜନ ସଚେତନ ପାଇଁ ଏହି ଦିବସକୁ କରାଯାଏ ପାଳନ । ଏହି ଅବସରରେ ଓଡିଶାର ଏଡସ୍ ରୋଗୀଙ୍କୁ ନେଇ ବଢିଛି ଚିନ୍ତା । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୨୪ ଶହ ୮୯ ଏଡ୍ ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରେ ୩୭ଶହ ୨୬ ଜଣ ହୋଇଥିଲେ ଚିହ୍ନଟ। ଏଥର ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ଠିକ୍ ମାର୍ଗ ଅନୁସରଣ କର : ମୋ ସ୍ବାସ୍ଥ୍ୟ ମୋ ଅଧିକାର’। ଓଡ଼ିଶା ଷ୍ଟେଟ୍ ଏଡସ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର ୪୩୭ ରୋଗୀ ହୋଇଛନ୍ତି ଚିହ୍ନଟ। ଏଥିମଧ୍ୟରୁ ୧୨ହଜାର ୬୩୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ବଞ୍ଚିଛନ୍ତି ୪୭ହଜାର ୫୦୭ ଜଣ। ୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ଗଞ୍ଜାମ ଓ କଟକ ଜିଲ୍ଲାରେ ଅଧିକ ରହିଛି ଏଡ୍ ସ ରୋଗୀଙ୍କ ସଂଖ୍ୟା। ତେବେ ୨୦୩୦ ସୁଦ୍ଧା ଓଡ଼ିଶା  ଏଡସ୍ ମୁକ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

What's Your Reaction?

like

dislike

love

funny

angry

sad

wow