ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

Dec 1, 2024 - 13:27
 0  11
ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ପୁଣି ବଢିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର।ଫଳରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ୧୮ ଟଙ୍କାକୁ ପାଇଛି ବୃଦ୍ଧି। ଏହା ପୂର୍ବରୁ ନଭେମ୍ବର ପହିଲାରୁ ବି ବୃଦ୍ଧି ପାଇଥିଲା ଗ୍ୟାସ ସିଲିଣ୍ଡରର ଦାମ। ତେବେ ଦିଲ୍ଲୀରେ ସିଲିଣ୍ଡର ପିଛା ଦାମ୍‌ ୧୮୧୮.୫୦ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍‌ ୧୯୨୭, ମୁମ୍ବାଇରେ ୧୭୭୧ ଓ ଚେନ୍ନାଇରେ ହୋଇଛି ୧୯୮୦.୫୦ ଟଙ୍କା।ଲଗାତର ପଞ୍ଚମଥର ପାଇଁ ବ୍ୟବସାୟିକ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ।ହେଲେ ଘରୋଇ ସିଲିଣ୍ଡର ତଥା ୧୫ କିଲୋଗ୍ରାମ ଗ୍ୟାସ୍‌ ସିଲିଣ୍ଡର ଦରରେ ହୋଇନାହିଁ କୌଣସି ପରିବର୍ତ୍ତନ। 

What's Your Reaction?

like

dislike

love

funny

angry

sad

wow