ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ; ଏଯାଏ ମୋଟ୍ ୩୬ ଦେଶରୁ ହେଲେଣି ସମ୍ମାନିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ବଡ଼ ଅନ୍ତର୍ଜାତୀୟ ସମ୍ମାନ । ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ଶଭକତ୍ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓଲି ଦରାଜାଲି ଦୋସ୍ତଲିକ୍’ପ୍ରଦାନ କରିଛନ୍ତି । ଭାରତ-ଉଜବେକିସ୍ତାନ ସମ୍ପର୍କକୁ ଆହୁରି ମଜବୁତ କରିବାରେ ମୋଦୀଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ଦିଆଯାଇଛି ।
ଏହି ସମ୍ମାନ ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦେଶୀ ଦେଶଗୁଡ଼ିକ ପକ୍ଷରୁ ମିଳିଥିବା ସମ୍ମାନର ସଂଖ୍ୟା ୩୬ରେ ପହଞ୍ଚିଛି । ଏହାକୁ ଭାରତର ବଢ଼ୁଥିବା ବିଶ୍ୱ ପ୍ରଭାବ ଏବଂ ଅନ୍ୟ ଦେଶ ସହ ଭାରତର କୂଟନୈତିକ ସମ୍ପର୍କର ଏକ ପ୍ରମୁଖ ସଙ୍କେତ ଭାବେ ଦେଖାଯାଉଛି ।
What's Your Reaction?