ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ବିଷ୍ଣୋୟୀ ଗ୍ୟାଙ୍ଗ

Oct 13, 2024 - 14:44
 0  2
ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ବିଷ୍ଣୋୟୀ ଗ୍ୟାଙ୍ଗ

ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ସାମ୍ନାକୁ ଆସିଛି ଏକ ନୂଆ ମୋଡ। ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଫେସ୍‌ବୁକ୍‌ରେ ଖୋଦ୍‌ ସୂଚନା ଦେଇ କହିଛି ଯେ, ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ। କିନ୍ତୁ ବାବାଙ୍କ ହତ୍ୟା ହେବାର କାରଣ ହେଉଛି ଦାଉଦ ଇବ୍ରାହିମ ଏବଂ ଅନୁଜ ଥାପନଙ୍କ ସହ ଥିଲା ତାଙ୍କର ସମ୍ପର୍କ ।ବିଷ୍ଣୋଇ ଗ୍ୟାଙ୍ଗ ଦାବି କରିଛି ଯେ, ଯିଏ ସଲମାନ ଖାନ୍‌ ଓ ଦାଉଦ ଗ୍ୟାଙ୍ଗର ସହାୟତା କରିବ, ତାଙ୍କୁ  ଦେବାକୁ ପଡିବ ଏହାର ମୂଲ୍ୟ। ସେହିଭଳି ଗ୍ୟାଙ୍ଗ ଚେତାବନୀ ଦେଇ କହିଛି ଯେ, 'ଯଦି କେହି ତାଙ୍କ 'ଭାଇ'ଙ୍କୁ କ୍ଷତି ପହଞ୍ଚାଇବ ତେବେ ସେମାନେ ନିଶ୍ଚିତ ରୂପେ ଦେବେ ତା'ର ପ୍ରତିକ୍ରିୟା। ଗତକାଲି ସିଦ୍ଦିକୀଙ୍କୁ ବରନ୍ଦ୍ରା ଇଷ୍ଟ ଅଞ୍ଚଳରେ ଗୁଳି ମାରି ହତ୍ୟା କରିଥିଲେ ତିନି ଜଣ ଦୁର୍ବୃତ୍ତ ।୩ଜଣ ସୁଟରଙ୍କୁ ଚିହ୍ନଟ କରିଛି ମୁମ୍ବାଇ ପୋଲିସ୍ ।

What's Your Reaction?

like

dislike

love

funny

angry

sad

wow