ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର

Oct 18, 2024 - 15:30
 0  1
ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର

ପ୍ରଶାସନର ହସ୍ତକ୍ଷେପ ପରେ ପୁରୀରେ ହବିଷ୍ୟାଳିଙ୍କୁ ମିଳିଲା ସରକାରୀ ଶିବିର । ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ବାଇଁ ନିଜେ ଶିବିରରେ ପହଞ୍ଚି ବ୍ରତାଧାରୀ ମାଆମାନଙ୍କୁ ଥଇଥାନ ନେଇ ଦେଇଛନ୍ତି ଆଶ୍ବାସନା । ବୃନ୍ଦାବତୀ ନିବାସରେ ରହିବା ପାଇଁ କରାଯାଇଛି ବ୍ୟବସ୍ଥା । ଗତକାଲି ପଞ୍ଜିକରଣ କରିନଥିବାରୁ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ବ୍ରତଧାରୀଙ୍କୁ ରହିବାକୁ ଦିଆଯାଇ ନଥିଲା ଆଶ୍ରୟ । ଫଳରେ ବ୍ରତଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଅସନ୍ତୋଷ । ରାତିସାରା ଶିବିର ବାହାରେ ଥଣ୍ଡା, କାକରରେ ରାତିସାରା ପଡି ରହିଥିଲେ ହବିଷ୍ୟାଳି।

What's Your Reaction?

like

dislike

love

funny

angry

sad

wow