ରାଜଧାନୀରେ ୧୦ଟି ସ୍ଥାନରେ ରାବଣ ପୋଡ଼ି

Oct 13, 2024 - 12:41
 0  2
ରାଜଧାନୀରେ ୧୦ଟି ସ୍ଥାନରେ ରାବଣ ପୋଡ଼ି

ରାଜଧାନୀ ଭୁବନେଶ୍ବରରେ ଆଜି ୧୦ଟି ସ୍ଥାନରେ ହେବ ରାବଣ ପୋଡ଼ି । ୧୦ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ମିଳିଛି ଅନୁମତି। ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼, ଚନ୍ଦକା, ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆରେ ହେବ ରାବଣ ପୋଡି ।ସେହିପରି କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ କରାଯିବ ରାବଣ ପୋଡି । ଏହି ସମୟରେ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ଦିଆଯାଇଛି ନିର୍ଦ୍ଦେଶ । ସମସ୍ତ ସ୍ଥାନରେ ରହିବ ଅଗ୍ନିଶମ ବାହିନୀ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

What's Your Reaction?

like

dislike

love

funny

angry

sad

wow