ସାମାନ୍ୟ ବଚସାକୁ ନେଇ ଛାତ୍ରଙ୍କୁ ଛୁରୀ ଭୁସିଲେ ଛାତ୍ର

ଗଞ୍ଜାମ ଜିଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଘଟିଛି ଏକ ଅଘଟଣ । ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ଛୁରୀ ଭୁସିଛି ଅନ୍ୟ ଜଣେ ଛାତ୍ର। ଏଥିରେ ଜଣେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ହେଉଛି ଚିକିତ୍ସିତ। ଉଭୟ ଛାତ୍ର ନବମ ଶ୍ରେଣୀର ହୋଇଥିବା ମିଳିଛି ସୂଚନା।ଆଜି ସକାଳେ କୌଣସି କଥାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ହୋଇଥିଲା କଥାକଟାକଟି। ପରେ ଜଣେ ଛାତ୍ର ଉତ୍କ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ହୋଇଛି ଅଭିଯୋଗ।
What's Your Reaction?






