ଜାନୁଆରୀ ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

ଜାନୁଆରୀ ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

ଜନସାଧାରଣଙ୍କ ପାଇଁ ଖୁସି ଖବର।ଆସନ୍ତା କାଲିଠାରୁ ଖୋଲିବ ରାଜଭବନ ଉଦ୍ୟାନ। ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ଦେଖିପାରିବେ ସର୍ବସାଧାରଣ।କିନ୍ତୁ ଏଥର କେବଳ ମୋବାଇଲ୍‌ ଆପ୍‌  ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ମିଳିବ ଅନୁମତି ।ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ  ଡାଉନ୍‌ଲୋଡ଼ କରିବାକୁ ପଡ଼ିବ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌ । ସେହିପରି ଓଡ଼ିଶାର ରାଜଭବନ  ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ କରାଯାଇପାରିବ ଡାଉନ୍‌ଲୋଡ। ଉଦ୍ୟାନ ପରିଦର୍ଶନ ପାଇଁ ଦେବାକୁ ପଡ଼ିବ ନାହିଁ କୌଣସି ପ୍ରବେଶ ଶୁଳ୍କ।