ପ୍ରେସମିଟ୍ କରି ବର୍ଷିଲେ ଦୀପାଳି

Jan 11, 2025 - 16:11
 0  3
ପ୍ରେସମିଟ୍ କରି ବର୍ଷିଲେ ଦୀପାଳି

ସାମ୍ବାଦିକ ସମ୍ମିଳନୀ କରି ସରକାର ଉପରେ ବର୍ଷିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ସେ କହିଛନ୍ତି ଯେ, ଯେତେବେଳେ କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆସିଲା ସେତେବେଳ ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ । ଆଉ ଆମେ ଉଚ୍ଚନ୍ୟାୟଳୟରୁ ନିର୍ଦ୍ଦେଶ ଆଣିଲୁ। ସେତେବେଳେ ଅନାସ୍ଥା ଭୋଟ୍ ପାଇଁ ଜାନୁଆରୀ ୧୦ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁୟାରୀ ୮ରେ ଦେଲେ ଧମକ । ଏହାପରେ ଜାନୁୟାରୀ ୯ରେ  ଗୋଟେ ବ୍ୟକ୍ତିଗତ ସମ୍ପତ୍ତିକୁ ଯାଇ ବେଆଇନ୍ ଭାବେ ତଲାସି କଲେ ଲଇକେରା ଥାନା ଅଧିକାରୀ। ଯାହାକି ଦୀପାଳି ଦାସଙ୍କ ଭାଇ ବିଶାଲ ଦାସଙ୍କ ମାଲିକାନାରେ ଅଛି। ଏନେଇ IG ଙ୍କୁ ଭେଟି ସେ କରିଥିଲେ ଆଲୋଚନା ।  କିନ୍ତୁ ତାପର ଦିନ ଛତିଶଗଡ ଯାଇ ପୋଲିସ୍ ହୋଟେଲରେ ତଲାସି କଲେ ବୋଲି କହିଛନ୍ତି ଦୀପାଳି ଦାସ । ଏହାସହ ନିଖୋଜ ମାମଲା ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା। ଏହାପରେ ବିଶାଲ ଦାସ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ପଡିଥିଲା ସଟର୍ । ସେହି ସ୍ଥାନରେ ମୁତୟନ ଥିଲେ  ଛତିଶଗଡ ପୋଲିସ୍ । ସେହି ସମୟରେ ବିଶାଲ ଦାସ ଯେତେବେଳେ ପୋଲିସକୁ ପଚାରିଥିଲେ କାହିଁକି ଅଟକ ରଖାଯାଇଛି? ସେତେବେଳେ ପୋଲିସ୍ କହିଥିଲା ଯେ, ଉପରୁ ନିର୍ଦ୍ଦେଶ ଆସିଲେ ଛାଡିବୁ। ଯାହାକୁ ନେଇ ଆଜି ସରକାର ଉପରେ ରାଗ ଝାଡ଼ିଛନ୍ତି ଦୀପାଳି ।ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ,  ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ ବିଜେପି ସରକାର । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦୀପାଳି ଦାସ ଓ ତାଙ୍କ ପରିବାର । ଦୀପାଲି ଦାସଙ୍କ ଭାଇ ଛତିଶଗଡ଼ରେ କଣ କରୁଥିଲେ ? ଦୀପାଳି ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରନ୍ତୁ ଯେ, ତାଙ୍କ ସରକାର ବେଳେ ଜଣେ ପୋଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ଏଫବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ଦୀପାଳି ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ମନୋଜ ମହାପାତ୍ର । 

What's Your Reaction?

like

dislike

love

funny

angry

sad

wow