ଓଡିଶାକୁ ଗଡିଲା ଆଉ ଦୁଇ ବନ୍ଦେ ଭାରତ
ଦେଶରେ ଆଉ ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସି ବ୍ୟବସ୍ଥା ମାଧ୍ୟମରେ ସବୁଜ ସଙ୍କେତ ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ମଧ୍ୟରୁ ଓଡ଼ିଶାରେ ଗଡ଼ିଛି ଦୁଇଟି ରେଳ। ବ୍ରହ୍ମପୁର-ଟାଟାନଗର ଏବଂ ରାଉରକେଲା-ହାଓଡା ବନ୍ଦେ ଭାରତକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ରହିଥିଲେ ଉପସ୍ଥିତ। ବ୍ରହ୍ମପୁରରୁ ରେଳରେ ବସି ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଦେଶରେ ଅନ୍ୟ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Jangyaseni Parida