ରାହୁଲ ଗାନ୍ଧୀଙ୍କ ନୂଆ ‘ସତ୍ୟାଗ୍ରହ’ ପ୍ଲାଟଫର୍ମ, ଏକାଠି ହେବ ଦେଶର ଆନ୍ଦୋଳନ

Oct 3, 2026 - 15:48
ରାହୁଲ ଗାନ୍ଧୀଙ୍କ ନୂଆ ‘ସତ୍ୟାଗ୍ରହ’ ପ୍ଲାଟଫର୍ମ, ଏକାଠି ହେବ ଦେଶର ଆନ୍ଦୋଳନ

ରାହୁଲ ଗାନ୍ଧୀ ‘ସତ୍ୟାଗ୍ରହ’ ନାମରେ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଦେଶର ବିଭିନ୍ନ ଆନ୍ଦୋଳନ, ଜନସମସ୍ୟା ଓ ଅଧିକାର ସଂଘର୍ଷକୁ ଏକ ମଞ୍ଚରେ ଯୋଡ଼ିବା ସହ ସମାନ ପ୍ରସଙ୍ଗରେ ଲଢ଼ୁଥିବା ଲୋକଙ୍କୁ ପରସ୍ପର ସହ ଯୋଡ଼ିବା ଏହାର ଉଦ୍ଦେଶ୍ୟ। 

 ଦେଶରେ ଅନ୍ୟାୟ ଏବଂ ଅଧିକାର ଲଢ଼େଇକୁ ଏକାଠି କରିବା ପାଇଁ ରାହୁଲ ଗାନ୍ଧୀ ଆଣିଛନ୍ତି ଏକ ନୂଆ ପଦକ୍ଷେପ। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁଭାରମ୍ଭ କରିଛନ୍ତି ‘ସତ୍ୟାଗ୍ରହ’ ନାମକ ଏକ ନୂଆ ମଞ୍ଚ। ବିରୋଧୀ ଦଳର ନେତା ଭାବେ ସଂସଦରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଏହି ସବୁ ଆନ୍ଦୋଳନକୁ ସଂଗଠିତ କରିବାରେ ସାହାଯ୍ୟ କରିବେ ବୋଲି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ଦେଶର ରାଜନୀତିକୁ କିପରି ପ୍ରଭାବିତ କରୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।

ରାହୁଲଙ୍କ ‘ସତ୍ୟାଗ୍ରହ’ ମଞ୍ଚ
-ରାହୁଲ ଗାନ୍ଧୀଙ୍କ ନୂଆ ମଞ୍ଚ
-ସୋସିଆଲ ମିଡିଆ ପ୍ଲାଟଫର୍ମ ‘ସତ୍ୟାଗ୍ରହ’ଲଞ୍ଚ
-ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଜନ ଆନ୍ଦୋଳନଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଲକ୍ଷ୍ୟ 
-ନିଜର ଜମି, ଅଧିକାର, ଶିକ୍ଷା ଏବଂ ପରୀକ୍ଷାକୁ ନେଇ ସଂଘର୍ଷ କରୁଥିବା ଲୋକ ସାମିଲ ହେବେ 
-ଏକାଠି ହୋଇ ସ୍ବରକୁ ଶାଣିତ କରିବେ
-ଜନତାଙ୍କ ସମସ୍ୟାର ସମାଧାନ ପାଇଁ ରାହୁଲ ଗାନ୍ଧୀଙ୍କ ସତ୍ୟାଗ୍ରହ’ ୱେବସାଇଟ୍ ଏବଂ ମଞ୍ଚ
-ଜେନ୍-ଜି,ଛାତ୍ରଛାତ୍ରୀ, ଚାଷୀ, ଆଦିବାସୀ, ଦଳିତ, ମହିଳାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଲକ୍ଷ୍ୟ 

What's Your Reaction?

like

dislike

love

funny

angry

sad

wow