ପମ୍ବନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଆଜି ତାମିଲନାଡୁରେ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ବା ପମ୍ବନ ସେତୁର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମେଶ୍ବରମ-ତାମ୍ବରମ ନୂଆ ରେଳ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିବା ପରେ ପମ୍ବନରେ ଗଡିଛି ରେଳ । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଆରବ ସାଗର ଉପରେ ନିର୍ମିତ ହୋଇଛି ନୂତନ ରାମେଶ୍ବରମ-ପାମ୍ବନ ମଧ୍ୟରେ ରେଳ ସେତୁ । ୨.୦୮ କିଲୋମିଟର ଲମ୍ବା ଏହି ସେତୁ ତାମିଲନାଡୁର ରାମେଶ୍ବରମ ସହ ମଣ୍ଡପମକୁ କରେ ସଂଯୋଗ । ୨୦୧୯ ନଭେମ୍ବର ମାସରେ ଏହି ସେତୁର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
What's Your Reaction?






