ଶ୍ରୀଲଙ୍କାରେ ‘ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ତାଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଥାତ୍ ମିତ୍ର ବିଭୂଷଣ ସମ୍ମାନରେ କରାଯାଇଛି ସମ୍ମାନୀତ । ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ । ଏହି ଅବସରରେ ନିଜ ଭାଷଣରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସମ୍ପର୍କର ଗଭୀରତା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଶ୍ରୀଲଙ୍କା କେବଳ ଏକ ପଡ଼ୋଶୀ ଦେଶ ନୁହେଁ ବରଂ ଭାରତର ବିଶ୍ୱସ୍ତ ବନ୍ଧୁ ମଧ୍ୟ। ପ୍ରତ୍ୟେକ କଷ୍ଟକର ସମୟରେ ଶ୍ରୀଲଙ୍କା ସହିତ ଛିଡା ହୋଇଛି ଭାରତ,ଯାହା ଭବିଷ୍ୟତରେ ମଧ୍ୟ ଜାରି ରଖିବ।
What's Your Reaction?






