ପଳାତକଙ୍କୁ ମିଳିବନି ନିସ୍ତାର, ଆସିଲା ଭାରତପୋଲ୍
ଏଣିକି ମୋଷ୍ଟୱାଣ୍ଟେଡ ଓ ପଳାତକଙ୍କୁ ମିଳିବନି ନିସ୍ତାର । ଅପରାଧୀଙ୍କୁ ସାବାଡ କରିବ ପୋର୍ଟାଲ ଭାରତପୋଲ୍ । ଆଜି ଭାରତ ମଣ୍ଡପମରେ ଏହି ପୋର୍ଟାଲର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତପୋଲ୍ ହେଉଛି ଏକ ସାଧାରଣ ପୋର୍ଟାଲ । ଏହା ମାଧ୍ୟମରେ ଯେକୌଣସି ପ୍ରକାର ଆତଙ୍କବାଦୀ ଘଟଣା,ଗୁରୁତର ଅପରାଧ,ନାର୍କୋ ଓ ସାଇବର ଅପରାଧରେ ଜଡିତ ଅପରାଧୀଙ୍କ ନିକଟରେ ପହଞ୍ଚିବା ହେବ ସହଜ । ଏହି ପୋର୍ଟାଲରେ ସାମିଲ ହେବେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ , ଏନଆଇଏ ଏବଂ ସମସ୍ତ ରାଜ୍ୟର ପୁଲିସ ଭଳି ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା । ଏମାନେ ପରସ୍ପର ସହ ରହିବେ ସଂପର୍କରେ ।ଇଣ୍ଟରପୋଲ ସହ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ବୟକୁ ସହଜ କରିବା ହେଉଛି ଏହି ପୋର୍ଟାଲର ଉଦ୍ଦେଶ୍ୟ ।
What's Your Reaction?