ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି ,୧୭ ମାସ ପରେ କାରାଗାରରୁ ବାହାରିବେ ସିସୋଦିଆ

Aug 9, 2024 - 12:41
 0  1
ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି ,୧୭ ମାସ ପରେ କାରାଗାରରୁ ବାହାରିବେ ସିସୋଦିଆ

 ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ ଆଶ୍ୱସ୍ତି । କାରଣ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।ଆଜି ସନ୍ଧ୍ୟାରେ କାରାଗାରରୁ ବାହାରି ପାରନ୍ତି ମନିଷ। ଦିଲ୍ଲୀ ଉଚ୍ଚନ୍ୟାଳୟ ତାଙ୍କ ଜାମିନକୁ ନାମଞ୍ଜୁର କରିଥିବା ବେଳେ ଏହାକୁ ଆହ୍ୱାନ କରି ସେ ସର୍ବୋଚ୍ଚଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚଅଦାଲତଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ତାଙ୍କୁ ପ୍ରଦାନ କରିଛନ୍ତି ଜାମିନ  ।ତେବେ ଜାମିନ ନେଇ ଦୁଇଟି ସର୍ତ୍ତ ରଖିଛନ୍ତି ସର୍ବୋଚ୍ଚଅଦାଲତ। ପ୍ରଥମ ସର୍ତ୍ତ ହେଉଛି ମିନିଷଙ୍କୁ ନିଜ ପାସପୋର୍ଟ ଜିମା ଦେବାକୁ ପଡ଼ିବ । ଏବଂ ଦ୍ବିତୀୟରେ ପ୍ରତି ସୋମବାର ଥାନାକୁ ଯାଇ ହାଜିରା ପକାଇବାକୁ ପଡ଼ିବ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ମନିଷ । ଦୀର୍ଘ ୧୭ ମାସ କାରାଗାରରେ ରହିବା ପରେ ତାଙ୍କୁ ମିଳିଛି ଜାମିନ ।

What's Your Reaction?

like

dislike

love

funny

angry

sad

wow