ରାଜ୍ୟର ବନ୍ୟାସ୍ଥିତି ନେଇ ୧୦ ଜିଲ୍ଲାକୁ ସତର୍କ

Aug 9, 2024 - 12:28
 0  1
ରାଜ୍ୟର ବନ୍ୟାସ୍ଥିତି ନେଇ ୧୦ ଜିଲ୍ଲାକୁ ସତର୍କ

ଓଡିଶାରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିଶନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ। ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି। ହୀରାକୁଦର ଆଉ ୬ଟି ଫାଟକ ଖୋଲିବା ପରେ ଫୁଲୁଛି ମହାନଦୀ।ଶାଖା ନଦୀ ମାନଙ୍କରେ ମଧ୍ୟ ବଢ଼ିବାରେ ଲାଗିଛି ଜଳସ୍ତର। ସକାଳ ୮ଟା ସୁଦ୍ଧା ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ଜଳ ହେଉଛି ପ୍ରବାହିତ।ହୀରାକୁଦରେ ଅଧିକ ଫାଟକ ଖୋଲଯାଇଥିବାରୁ ଆଗକୁ ଜଳସ୍ତର ବଢ଼ିବା ନେଇ ରହିଛି ଆଶଙ୍କା। 

What's Your Reaction?

like

dislike

love

funny

angry

sad

wow